ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଷୋଡ଼ଶ ଶତାବ୍ଦୀର ପ୍ରମୁଖ
ଓଡ଼ିଆ ସନ୍ଥ, କବି, ଦାର୍ଶନିକ ଏବଂ ତତ୍କାଳୀନ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ। ସେ ଆନୁମାନିକ
୧୬ଶ ଶତାବ୍ଦୀ ପ୍ରାରମ୍ଭରେ କଟକ ଜିଲ୍ଲା ତିଳକଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଆ
ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି
ମାଳିକା, ଅନେକ ଭଜନ, ଚଉପଦୀ ଏବଂ ଜଣାଣ ଏହିପରି ପାଖାପାଖି ୧୬୦, ୦୦୦ ପଦ୍ୟାବଳୀ ସେ ରଚନା
କରିଯାଇଛନ୍ତି।ଯୋଗ, ଜ୍ୟୋତିଷ, ଦର୍ଶନ, ବାସ୍ତୁ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ଆୟୁର୍ବେଦ ତଥା
ଏହିପରି ଅନେକ ବିଷୟ ଏବଂ ବିଦ୍ୟାରେ ତାଙ୍କର ପାରଦର୍ଶିତା ଥିବାରୁ ତାଙ୍କୁ ଓଡ଼ିଶାର
ପୁରପଲ୍ଳୀରେ ‘ମହାପୁରୁଷ’ ଭାବେ ଲୋକେ ଅଭିହିତ କରନ୍ତି।
ଜୀବନୀ
ଅଚ୍ୟୁତାନନ୍ଦ ଦାସ ଓଡ଼ିଶାର କଟକ ଜିଲ୍ଲାସ୍ଥିତ ନେମାଳ ପାଖରେ ଥିବା ତିଳକଣା ଗାଁରେ ମାତା
ପଦ୍ମାବତୀ ଓ ପିତା ଦୀନବନ୍ଧୁ ଖୁଣ୍ଟିଆଙ୍କ ଔରସରୁ କରଣ ପରିବାରରେ ଜନ୍ମଲାଭ କରିଥିଲେ
କ୍ଷଥ୫ଧ ତାଙ୍କ ପୂର୍ବ ପୁରୁଷଙ୍କ ସଞ୍ଜ୍ଞା ମହାନ୍ତି ଥିଲା କିନ୍ତୁ ତାଙ୍କ ପିତା ଦୀନବନ୍ଧୁ
ମହାନ୍ତି ଗଜପତି ପ୍ରତାରୁଦ୍ର ଦେବଙ୍କ ଶାସନରେ ଖୁଣ୍ଟିଆ ପାହ୍ୟାରେ କାର୍ଯ୍ୟରତ ଥିବାରୁ
ତାଙ୍କ ପିତାଙ୍କୁ ଖୁଣ୍ଟିଆ ସଞ୍ଜ୍ଞା ମିଳିଥିଲା।ଥ୬ଧ ଅଚ୍ୟୁତାନନ୍ଦ ଦାସ ତାଙ୍କ ବଂଶ ବିଷୟରେ
ବର୍ଣ୍ଣନା କରିବାବେଳେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ପିତା ପୁରୀର ଜଗନ୍ନାଥ ମନ୍ଦିରରେ
ନିୟୋଜିତ କରଣ ସେବାୟତ ହୋଇଥିବାବେଳେ ତାଙ୍କ ଜେଜେବାପା ଗୋପୀନାଥ ମହାନ୍ତି ଗଜପତି
ରାଜାମାନଙ୍କର ମୁଖ୍ୟ ଉପଦେଶକାର ‘ଛାମୁ କରଣ‘ ଭାବରେ କାର୍ଯ୍ୟରତ ଥିଲେ।
ଅଚ୍ୟୁତାନନ୍ଦ ତାଙ୍କ ସମୟର ଏକ ସମ୍ଭ୍ରାନ୍ତ କରଣ ପରିବାରରେ ଜନ୍ମଗ୍ରହଣ କରିଥିବା ସତ୍ତ୍ୱେ
ସେ କେଉଟ ଏବଂ ଗୌଡ଼ ପରି ସମ୍ପ୍ରଦାୟ ସହ ଜଡିତ ଥିଲେ ଏବଂ ଓଡ଼ିଆ ସମାଜରେ ସେମାନଙ୍କର
ସାମାଜିକ ସ୍ଥିତିକୁ ସୁଧାରିବା ପାଇଁ ସେମାନଙ୍କ ସମ୍ପ୍ରଦାୟ ପାଇଁ ଅନେକ ଗ୍ରନ୍ଥ ଲେଖିଥିଲେ।
ଉପରୋକ୍ତ ସମ୍ପ୍ରଦାୟଗୁଡ଼ିକ ଅଚ୍ୟୁତାନନ୍ଦ ଦାସଙ୍କୁ ସେମାନଙ୍କ ପୃଷ୍ଟପୋଷକ ଭାବେ ବିବେଚନା
କରନ୍ତି।
ସେ ନିଜ ରଚନା ଶୂନ୍ୟସଂହିତାରେ ସେ ପୂର୍ବ ଜନ୍ମରେ ସୁଦାମା ହୋଇଥିବାର ଉଲ୍ଲେଖ କରିଛନ୍ତି।
ଚୈତନ୍ୟଙ୍କ ସହ ଭେଟ
ତାଙ୍କ ନିଜ ଲେଖାରୁ ତାଙ୍କର ଚୈତନ୍ୟଙ୍କ ସହ କିପରି ଭେଟ ହୋଇଥିଲା ବର୍ଣ୍ଣନା ରହିଛି।
ଚୈତନ୍ୟ ଗୋସାଇଁ ବିଜେ କରିଛନ୍ତି ବଡ଼ଦାଣ୍ଡରେ ଯେ ଆସି
ପିତାଙ୍କ ସଙ୍ଗରେ ଦର୍ଶନ କଲି ମୁଁ ଚରଣେ ପଡ଼ିଲି ଝାସି।
ଶିଷ୍ୟ
ଅଚ୍ୟୁତାନନ୍ଦଙ୍କ ୩୦୦୦ ଭକ୍ତ ବା ଶିଷ୍ୟ ଥିଲେ। ଏହି ଭିତରୁ ଉତ୍ତମ ଶିଷ୍ୟ ୫୦୦।
ପ୍ରାଚୀକୂଳରେ ଅଚ୍ୟୁତଙ୍କ ୧, ୦୦୦ ଭକ୍ତ ଥିଲେ। ଅନନ୍ତପୁର ଶାସନର ଶର୍ମ୍ମା ଦ୍ୱିଜବର,
ପ୍ରାଚୀ କୂଳର ଦାସ ମହାପାତ୍ର, ଗଣେଶ ପତି, ଗଣକକୁଳ କାହ୍ନୁଙ୍କ ପୁତ ପରୀକ୍ଷିତ, ଯାଜପୁର
ବନ୍ଧୁ ମହାନ୍ତି ଆଦି ଦାସଙ୍କ ପ୍ରମୁଖ ଶିଷ୍ୟ ଥିଲେ।
ପ୍ରତାପରୁଦ୍ରଙ୍କ ପରୀକ୍ଷା
ସେତେବେଳେ ଗଜପତି ପ୍ରତାପରୁଦ୍ର ଦେବ ଓଡ଼ିଶାର ରାଜା ଥିଲେ। ଦାସଙ୍କ ଶୂନ୍ୟଭଜନ କଥା ରାଜା
ଶୁଣିପାରିଲେ ଓ ଶୂନ୍ୟଭଜନ କି ପ୍ରକାର ତାହା ଜାଣିବା ଲାଗି ଅଚ୍ୟୁତଙ୍କ ସହ ଅନେକ କଟାଳ କଲେ।
ବ୍ରାହ୍ମଣମାନେ ଏହା ଶୁଣି ଉପହାସ କଲେ। ଦାସଙ୍କର ଉପହାସ ପ୍ରତି ଭ୍ରୂକ୍ଷେପ ନ ଥିଲା। ଦାସେ
ରାଜାଙ୍କ ଆଜ୍ଞା ପାଇ ସଙ୍କଟରେ ପଡ଼ିଲେ ମାତ୍ର ଶେଷକୁ ପରୀକ୍ଷା ହେବା ସ୍ଥିର କରାଗଲା। ପୁରୀ
ସହରର ବାଙ୍କି ମୁହାଁଣ ନିକଟସ୍ଥ ଶୂନ୍ୟ ବାମ୍ଫିଠାରେ ପରୀକ୍ଷା ହେଲା। ପରୀକ୍ଷା ପରେ ରାଜା
ସନ୍ତୁଷ୍ଟ ହୋଇ ଓ ସେହି ସ୍ଥାନରେ ବାସ କରିବା ଲାଗି ଅଚ୍ୟୁତଙ୍କୁ ଆଜ୍ଞା ଦେଲେ। ଅଦ୍ୟାବଧି
ଏହି ସ୍ଥାନରେ ଗୋଟିଏ ମଠ ରହିଛି ଯାହାର ନାମ ଗୋପାଳ ମଠ।
ଧର୍ମତତ୍ତ୍ୱ
ଅଚ୍ୟୁତାନନ୍ଦ ଶରୀରତତ୍ତ୍ୱ ଭଳି କଠିନ ଦାର୍ଶନିକ
ବିଷୟଗୁଡ଼ିକୁ ସରଳ ଓଡ଼ିଆ ଭାଷାରେ ଲେଖିଛନ୍ତି।
ଭଜନ
ଅଚ୍ୟୁତାନନ୍ଦ ନିରାକାର ଭଜନର ମହତ୍ତ୍ୱ ବିଷୟରେ ବାରମ୍ବାର ଲେଖିଛନ୍ତି।
ମୋହ ଶପଥ ତୋତେ ଆହୋ ବାବୁ। ଏ ଭଜନ ସୂତ୍ର ସୂତ୍ରେ ଭଜିବୁ।।
କିଏ କାହାର ମିଥ୍ୟା ଯେ ସଂସାର। ଆପେ ତରିଲେ ଆଉ କେ କାହାର।।
ଆପକୁ ଆପେ ଚିହ୍ନିଲେରେ ବାବୁ। କାଳେ କାଳେ ଅଜାମର ହୋଇବୁ।।
ସୁଖେ ପାରିହେବୁ ଭବସାଗର। ବୁଲିଗଲା ପ୍ରାୟେ ଯିବ ଶରୀର।।
ଜାତିଭେଦ
ଅଚ୍ୟୁତାନନ୍ଦ ଜାତିଭେଦରେ ବିଶ୍ୱାସ ରଖୁନଥିଲେ।
ହେଲେ ଜାତି ହୀନ ନାହିଁ ତହିଁ ମାନ ଶ୍ରୀକୃଷ୍ଣ ବାସନା ଥାଏ।
କଲିକତରା ଯେ ପଙ୍କରେ ବୁଡ଼ିଲେ ପଙ୍କ ନ ଲାଗଇ ଦେହେ।।
ରଚନାବଳୀ
ଶୂନ୍ୟସଂହିତା
ରାମଦାସଙ୍କ ପ୍ରଶ୍ନ ଶୁଣି ଅଚ୍ୟୁତ ଯେଉଁ ଉପଦେଶ ଦେଇଥିଲେ ତାହା ହିଁ ଶୂନ୍ୟସଂହିତାର ବିଷୟ।
ଅଚ୍ୟୁତଙ୍କ ସଂଖ୍ୟାଧିକ ରଚନାବଳୀ ମଧ୍ୟରୁ କେତକ ପ୍ରାପ୍ତ ତଥା ପ୍ରକାଶିତ ଗ୍ରନ୍ଥର ବିବରଣୀ
ନିମ୍ନରେ ପ୍ରଦତ୍ତ। ସେ ୩୬ଟି ସଂହିତା, ୭୮ଟି ଗୀତା, ୨୭ଟି ହରିବଂଶାଦି ଚରିତ, ୧୨ଟି ଉପବଂଶ
ଚରିତ, ୧୦୦ଟି ପୁରାଣ ବା ମାଳିକା ଲେଖିଛନ୍ତି। ଏହା ସହିତ ସେ ଅନେକ ଭଜନ ଚୌପଦୀ ଲେଖିଛନ୍ତି।
ପୁରାଣ
ହରିବଂଶ
ମାଳିକା
ଆଗତ-ଭବିଷ୍ୟ ମାଳିକା
ଜାଈଫୁଲ ମାଳିକା
ଦଶପଟଳ ମାଳିକା
କଳିଯୁଗ ମାଳିକା
ଗୀତା
ଗୁରୁଭକ୍ତି ଗୀତା
ବ୍ରହ୍ମ ଏକାକ୍ଷର ଗୀତା
ଶୂନ୍ୟ ଗୀତା
କୈବର୍ତ୍ତ ଗୀତା
କଳିଯୁଗ ଗୀତା
ଗରୁଡ଼ ଗୀତା
ଉପଦେଶଚକ୍ର ଗୀତା
ମଣିବନ୍ଧ ଗୀତା
ଆଦିବ୍ରହ୍ମ ଗୀତା
ଆଦିଲିଳା ଗୀତା
ଭକ୍ତଲୀଳା ଗୀତା
କୋଇଲି
ଜ୍ଞାନୋଦୟ କୋଇଲି
ଡିବିଡିବି କୋଇଲି
ବାଖର କୋଇଲି